Categories: ଜାତୀୟ

ଖାର୍ଗେଙ୍କ ଶରୀର ରଙ୍ଗକୁ ନେଇ ତାଚ୍ଛଲ୍ୟ କଲା ଭାଜପା

ନୂଆଦିଲ୍ଲୀ.୩।୮: କର୍ନାଟକର ପୂର୍ବତନ ଗୃହମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରାଗା ଜନେନ୍ଦ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଶରୀରର ରଙ୍ଗକୁ ନେଇ ଅପମାନଜନକ ଟିପ୍ପଣୀ ଦେଇଛନ୍ତି। ଏହା ପରେ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ସାଂସଦ ରଣଦୀପ ସିଂ ସୁରଜେୱାଲା ଭାଜପାକୁ ଟାର୍ଗେଟ କରି କହିଛନ୍ତି, ସେ ଶାଳିନତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଖାର୍ଗେ ସାହେବଙ୍କ ଚର୍ମ ଜଳିଯାଇଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏହା କେବଳ ଦେଶର ପ୍ରତ୍ୟେକ ବରିଷ୍ଠ ତଥା ଅଭିଜ୍ଞ ବ୍ୟକ୍ତିଙ୍କ ପ୍ରତି ଅପମାନ ନୁହେଁ, ବରଂ ଦେଶର ଗରିବ, ପ୍ରତ୍ୟେକ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁଙ୍କୁ ଅପମାନ କରାଯାଇଛି। ଏଥିସହ ଦେଶର କୃଷକ ଓ ଶ୍ରମିକମାନଙ୍କୁ ଅପମାନ ହୋଇଛି।

ଆମେ କେବଳ ଏହାକୁ କୋର୍ଟକୁ ନେବୁ ନାହିଁ ବରଂ ସମସ୍ତ ଆଇନଗତ ତଥା ରାଜନୈତିକ ମାଧ୍ୟମ ବ୍ୟବହାର କରିବୁ। ଗରିବଙ୍କ ଯେପରି ଅପମାନ ହୋଇଛି ତାର ନ୍ୟାୟ ପ୍ରଦାନ ପାଇଁ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅରାଗା ଜନେନ୍ଦ୍ରଙ୍କ ଭଳି ଅପରାଧୀ ସର୍ବସାଧରଣରେ କ୍ଷମା ମାଗନ୍ତୁ ବୋଲି ଦାବି କରିବୁ।

Share