Categories: ଜାତୀୟ

ଭାଜପା ନେତାଙ୍କ ଆତ୍ମହତ୍ୟା

ଛୁରିୟା,୧୯।୯: ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍‌ ସିଂ ରବିବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଭାଇଙ୍କ ସହ ରାଜନନ୍ଦଗାଁରେ ରହୁଥିଲେ। ସା ବେଳେ ତାଙ୍କ ଭାଇ ନ ଥିଲା ବେଳେ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। ସେ ପୂର୍ବରୁ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ଘରକୁ ଫେରିଥିଲେ। ହେଲେ ସେ ଅସୁସ୍ଥ ରହି ବିଭିନ୍ନ ସମୟରେ ବିରକ୍ତ ଭାବ ପ୍ରକାଶ କରୁଥିଲେ। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛୁ
ସେ ପୂର୍ବରୁ ଭାଜପାର ପରିବହନ ମନ୍ତ୍ରୀ ଥିଲେ। ଛତିଶଗଡ଼ ରାଜ୍ୟ ଗଠନ ପରେ ସେ ୨ ଥର ବିଧାୟକ ମଧ୍ୟ ହୋଇଥିଲେ।

Share