ହାଇକୋର୍ଟ ଗଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୨୧।୬: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବରିଷ୍ଠ ଭାଜପା ନେତା ଦିଲ୍ଲୀପ ରାୟ।
ବିଧାୟକ ଶାରଦା ନାୟକଙ୍କ ବିରୋଧରେ ଦାୟର କଲେ ମାମଲା। ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପ କୋର୍ଟରେ ଦାବି କରିଛନ୍ତି।

ସୂଚନାଥାଉ କି, ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲ୍ଲୀପ କୋର୍ଟରେ ଦାବି କରିଛନ୍ତି। ନାମାଙ୍କନ ପତ୍ରରେ ଶାରଦା ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅପରାଧିକ ପୃଷ୍ଠଭୂମି, ସମ୍ପତ୍ତିର ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ କରି ସେ ଶାରଦାଙ୍କ ନାଁରେ ପିଟିଶନ ଦାଖଲ କରିଛନ୍ତି।

Share