Categories: ଜାତୀୟ

ଭିନ୍ନକ୍ଷମ ନାବାଳିକାଙ୍କୁ ୮ବର୍ଷ ଧରି ନିର୍ଯାତନା ଦେଉଥିଲେ ଭାଜପା ନେତ୍ରୀ

ରାଞ୍ଚି,୨୪।୮: ଭାଜପାର ଜଣେ ନେତ୍ରୀଙ୍କ ଘରେ ଦୀର୍ଘବର୍ଷ ଧରି ବନ୍ଧକ ଥିବା ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ସୁନୀତା ନାମ୍ନୀ ଉକ୍ତ ନାବାଳିକାଙ୍କୁ ସୀମା ପାତ୍ରଙ୍କ ଘରେ ଘରୋଇ ଚାକର ଭାବେ ରଖାଯାଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ପୋଲିସ କହିଛି। ସୀମା ଭାଜପା ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଥିବା ସୋସିଆଲ ମିଡିଆ ପେଜ୍‌ ବାୟୋରୁ ଜଣାପଡ଼ିଛି। ଏହା ବ୍ୟତୀତ ସେ ‘ବେଟି ବଚାଓ-ବେଟି ପଢ଼ାଓ’ ସଚେତନତା କାର୍ଯ୍ୟକ୍ରମର ଝାଡ଼ଖଣ୍ଡ ଆବାହକ ମଧ୍ୟ ରହିଛନ୍ତି। ସୀମାଙ୍କ ସ୍ବାମୀ ମାହେଶ୍ୱରୀ ପାତ୍ର ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର। ସେମାନେ ରାଞ୍ଚତ୍ର ଅଶୋକ ନଗର ଅଞ୍ଚଳରେ ରହନ୍ତି। ସୁନୀତା ତାଙ୍କ ଘରେ ୮ ବର୍ଷ ହେଲା ଖଟୁଥିଲେ। ସେ ତାଙ୍କ ନିର୍ଯାତନା ସମ୍ପର୍କରେ ବିବେକ ବକ୍ସି ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲକୁ ମେସେଜ୍‌ ପଠାଇବା ପରେ ଘଟଣା ପଦାକୁ ଆସିଥିଲା। ବିବେକ ପୋଲିସଙ୍କୁ ଜଣାଇବା ପରେ ଏକ ଟିମ୍‌ ପହଞ୍ଚତ୍ ସୁନୀତାଙ୍କୁ ଉଦ୍ଧାର କରିଥିଲା। ପୋଲିସ ସୁନୀତାଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ବୟାନ ରେକର୍ଡ କରିଛି।

Share