ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଫୁଟ୍‌ ତଳକୁ ଖସିଲା ଗାଡ଼ି

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅ ଦିବ୍ୟକାମ ମହାନ୍ତିଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକ ନିକଟରେ ଶନିବାର ସକାଳେ ହୋଇଥିବା ଏହି ଦୁର୍ଘଟଣାରେ କାର୍‌ରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାନୁଯାୟୀ, ବାଲିଆପାଳ- ବସ୍ତା ମଧ୍ୟ ରାସ୍ତାର ଇଡ୍‌କୋ ଛକ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତା ଖୋଳାଯାଇଛି। ଏହି ରାସ୍ତା ଦେଇ ସକାଳେ ଦିବ୍ୟକାମ ପରିବାର ସହ ଯାଉଥିବା ବେଳେ ତାଙ୍କ କାରଟି ଭାରସ୍ୟାମ ହରାଇ ନିର୍ମାଣାଧୀନ ପୋଲର ୧୦ ଫୁଟ ତଳକୁ ଖସି ପଡିଥିଲା। ତେବେ କାର୍‌ଟି ଦ୍ରୁତ ଗତିରେ ଆସୁଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Share