Categories: ଜାତୀୟ

ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା…

ନୂଆଦିଲ୍ଲୀ,୧।୧୦ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ସ୍ବଚ୍ଛତା ଅଭିଯାନରେ ଭାଗ ନେବାକୁ ମନ୍ତ୍ରୀ, ନେତା ଏବଂ ସାଧାରଣ ଲୋକ ସକାଳୁ ଉତ୍ସାହର ସହିତ ଆଗକୁ ଆସୁଛନ୍ତି।

ଅହମଦାବାଦରେ ଚାଲିଥିବା ସ୍ବଚ୍ଛତା ଅଭିଯାନରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଂଶଗ୍ରହଣ କରି ସଫେଇ କାର୍ଯ୍ୟ କରିଥିଲେ।
ଏଥି ସହ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହରିୟାଣାର ଗୁରୁଗ୍ରାମରେ ଚାଲିଥିବସେ୍‌ ସ୍ବଚ୍ଛତା ଅଭିଯାନରେ ଭାଗ ନେଇଥିଲେ।
ପାଟନାରେ ଚାଲିଥିବା ସ୍ବଚ୍ଛତା ଅଭିଯାନରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅଂଶଗ୍ରହଣ କରିଥିଲେ।

ଦିଲ୍ଲୀରେ ଚାଲିଥିବା ସ୍ବଚ୍ଛତା କାର୍ଯ୍ୟକ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଅଂଶଗ୍ରହଣ କରିଥିଲେ।

 

Share