ନୂଆଦିଲ୍ଲୀ,୫ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ନେତା କପିଲ ମିଶ୍ରା ସୋମବାର ଦାବି କରିଛନ୍ତି କି ତାଙ୍କୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଛି । ହେଲେ ସେ ଏହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି । ଏହାସହ ଜିହାଦି ହିଂସାରେ ପୀଡ଼ିତ ପରିବାରକୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ମିଶ୍ରା ଟୁଇଟ୍ କରି ପୋଲିସ ନିର୍ଦ୍ଦେଶକଙ୍କୁ ଟ୍ୟାଗ କରି ସେଥିରେ ରବିବାର ସନ୍ଧ୍ୟାରେ ମିଳିଥିବା ଇମେଲ ବିଷୟରେ ଉଲ୍ଲେଖ କରିଛନ୍ତି ।
କପିଲ ମିଶ୍ରା ଶେୟାର କରିଥିବା ଇମେଲରେ ଲେଖିଛନ୍ତି, ‘କପିଲ ମିଶ୍ରା ଆତଙ୍କବାଦୀ, ତୁମକୁ ବେଶୀ ଦିନ ପର୍ଯ୍ୟନ୍ତ ବଞ୍ଚିବାକୁ ଦେବୁନାହିଁ । ମୋ ଲୋକ ତୁମକୁ ଗୁଳି କରିବେ’ । ହେଲେ ଏହାକୁନେଇ କପିଲ ଲେଖିଛନ୍ତି ନା ମୁଁ ଏହାକୁ ଡରେ ନା ମୁଁ ପଛକୁ ଘୁଞ୍ଚିବି । କହ୍ନେୟା ଲାଲ, ଉମେଶ କୋହ୍ଲେଙ୍କ ପରିବାର ଯେଉଁମାନେ ଜିହାଦି ହିଂସାର ଶିକାର ହୋଇଛନ୍ତି ସେଭଳି ପରିବାର ପାଇଁ ଆମର ଅଭିଯାନ ଆହୁରି ଅଧିକ ହେବ ।