ଲେଖାଶ୍ରୀଙ୍କ ଅଡ଼ୁଆ ବଢ଼ିଲା: କ୍ଷମା ନମାଗିଲେ ପୁରୀରେ ପ୍ରବେଶ କରାଇ ଦିଆଯିବନାହିଁ ଚେତାବନୀ

ପୁରୀ ଅଫିସ,୧୮।୧୧: ପୁରୀ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି। ଏକାଧିକ ଏତଲା ପରେ ବୁଧବାର ସଚେତନ ନାଗରିକ ମଞ୍ଚ ପକ୍ଷର ସର୍ଗଦ୍ୱାର ସମ୍ମୁଖରେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଫ୍ଲେକ୍ସ ପୋଡାଯାଇଛି। ପୁରୀ ଆସି ବଡ଼ଦାଣ୍ଡରେ ସର୍ବ ସମ୍ମୁଖରେ କ୍ଷମା ପ୍ରାର୍ଥନା ନ କଲେ ତାଙ୍କୁ ପୁରୀ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କୁ ବହିଷ୍କାର କରିବାକୁ ମଧ୍ୟ ଦାବି ହୋଇଛି।

Share