ମନୋହର ପାରିକରଙ୍କ ପୁଅ କରୋନା ପଜିଟିଭ

ପଣଜୀ,୧୬।୮: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ରବିବାର ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାରିକର ଭାରତୀୟ ଜନତା ପାର୍ଟି(ଭଜପା)ର ଜଣେ ଟାଣୁଆ ନେତା ହୋଇଥିବା ବେଳେ ଉତ୍ପଳ ଏବେ ରାଜ୍ୟ ଭାଜପା କର୍ଯ୍ୟକାରୀ କମିଟିର ଜଣେ ସଦସ୍ୟ ରହିଛନ୍ତି। ସେ କରୋନାରେ ସଂକ୍ରମିତ ହେବା ପୂର୍ବରୁ କହିଥିଲେ କି ମୋ ନିକଟରେ କରୋନାର ପ୍ରାଥମିକ ଲକ୍ଷଣ ଦେଖାଯାଇଛି ତେଣୁ ମୁଁ ଘରେ ସେଲ୍ଫ ଆଇସୋଲେଶନରେ ରହିଛି। ଏବେ ସେ ଟୁଇଟ୍‌ କରି ଜଣାଇଛନ୍ତି କି ମୋ ରିପୋର୍ଟ ପଜିଟିଭ ଆସିଛି ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହେଉଛି। ସମସ୍ତଙ୍କୁ ଶୁଭକାମନା ଓ ଆଶୁ ଆରୋଗ୍ୟ କାମନା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

Share