ଅମିରଙ୍କ ବିଜ୍ଞାପନକୁ ବିରୋଧ କଲେ ଭାଜପା ନେତା

ମୁମ୍ବାଇ: ଟାୟାର ପ୍ରମୁଖ ସିଟ ଲିମିଟେଡର ଏକ ବିଜ୍ଞାପନରେ ଅଭିନେତା ଅମିର ଖାନ୍‌ ଲୋକମାନଙ୍କୁ ରାସ୍ତାରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଉଛନ୍ତି। ଏହି ବିଜ୍ଞାପନ ପରେ କର୍ନ୍ନାଟକ ଭାଜପା ଏମ୍‌ପି ଅନନ୍ତକୁମାର ହେଗଡେ କମ୍ପାନୀକୁ ଏକ ପତ୍ର ଲେଖିଛନ୍ତି। କେବଳ ଦୀପାବଳି ନୁହେଁ, ନମାଜ ନାମରେ ରାସ୍ତା ଅବରୋଧ କରିବା ଓ ଆଜାନ୍‌ ସମୟରେ ମସଜିଦ୍‌ରୁ ଆସୁଥିବା ଶବ୍ଦ ପ୍ରଦୁଷଣର ସମାଧାନ କରିବାକୁ ହେଗଡେ ଚିଠିରେ ଉଲ୍ଲେଖ କହିଛନ୍ତି। କମ୍ପାନୀର ଏମଡି ତଥା ସିଇଓ ଅନନ୍ତ ବର୍ଦ୍ଧନ ଗୋଏଙ୍କାଙ୍କୁ ଲେଖିଥିବା ଏହି ପତ୍ରରେ ସେ ତାଙ୍କୁ ‘ହିନ୍ଦୁମାନଙ୍କ ମଧ୍ୟରେ ଅଶାନ୍ତି’ ସୃଷ୍ଟି କରୁଥିବା ବିଜ୍ଞାପନ ବିଷୟରେ ସଚେତନ ରହିବାକୁ ଅନୁରୋଧ କରିଛନ୍ତି ଏବଂ ଭବିଷ୍ୟତରେ ଏହି ସଂଗଠନ ‘ହିନ୍ଦୁ ଭାବନା’କୁ ସମ୍ମାନ ଦେବ ବୋଲି ଆଶା ପ୍ରକଟ କରିଛନ୍ତି।
ସେ ସମ୍ପ୍ରତି ଅମୀର ଖାନ୍‌ଙ୍କ ପରାମର୍ଶ ଦେଉଥିବା ବିଜ୍ଞାପନରେ ତାହା ଏକ ବହୁତ ଭଲ ବାର୍ତ୍ତା ଦେଉଥିବା ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅନୁରୋଧ କରିଛନ୍ତି ଯେ, ରାସ୍ତାରେ ଲୋକମାନେ ସମ୍ମୁଖୀନ ହେଉଥିବା ଅନ୍ୟ ସମସ୍ୟାର ସମାଧାନ କରନ୍ତୁ। ଅକ୍ଟୋବର ୧୪ ତାରିଖର ଚିଠିରେ ସେ କହିଛନ୍ତି, ମୁସଲମାନମାନେ ରାସ୍ତା ଅବରୋଧ କରି ନମାଜ କରନ୍ତି ଏବଂ ସେହି ସମୟରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଭଳି ଯାନବାହାନ ଟ୍ରାଫିକରେ ଧକ୍କା ଦ୍ୱାରା ଗୁରୁତର କ୍ଷତି ଘଟିଥାଏ। ଏଥିସହ କମ୍ପାନୀର ବିଜ୍ଞାପନରେ ଶବ୍ଦ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ସେ ଗୋଏଙ୍କାଙ୍କୁ ଅନୁରୋଧ କରି କହିଛନ୍ତି, ଆଜାନ ପରେ ମସଜିଦ ଉପରେ ସଜାଯାଇଥିବା ମିକ୍ସରୁ ଉଚ୍ଚ ଶବ୍ଦ ନିର୍ଗତ ହୁଏ। ଯାହାକି ଅନୁମତିପ୍ରାପ୍ତ ସୀମା ବାହାରେ। ବିଭିନ୍ନ ରୋଗରେ ପୀଡିତ ଏବଂ ବିଶ୍ରାମ ନେଉଥିବା, ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଅସୁବିଧା ସୃଷ୍ଟି କରୁଛି। ବିଜ୍ଞାପନଗୁଡ଼ିକ ଲୋକଙ୍କ ଭଲ ପାଇଁ ହେଉଥିବାରୁ ଏ ନେଇ ଚିନ୍ତା କରିବାକୁ ଏମ୍‌ପି ଗୋୟାକାଙ୍କୁ କହିଛନ୍ତି।

Share