Categories: ଜାତୀୟ

ଉତ୍ତରପ୍ରଦେଶରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ମୋରଦାବାଦ,୧୧।୮: ଉତ୍ତରପ୍ରଦେଶରେ ଜଣେ ଭାଜପା ନେତାକୁ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ଅନୁଜ ଚୌଧାରୀ। ୩୪ ବର୍ଷୀୟ ଅନୁଜ ମୋରଦାବାଦ ସ୍ଥିତ ବାସଭବନ ବାହାରେ ବୁଲୁଥିଲେ। ସେତିକିବେଳେ ବାଇକ୍‌ରେ ୩ଜଣ ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଅନୁଜ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ବ୍ରାଇଟ ଷ୍ଟାର୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ି ପୋଲିସ କହିଛି।
ଅନ୍ୟପକ୍ଷେ ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଅନୁଜଙ୍କ ହତ୍ୟା ପଛରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବୋଲି ପରିବାର ଲୋକେ ଦାୟୀ କରିଛନ୍ତି। ପୋଲିସ ୪ ଜଣଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Share