Categories: ଜାତୀୟ

କଂଗ୍ରେସରେ ସବୁ ଗଧ ଅଛନ୍ତି, କାହିଁକି ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୧୨।୭: ରାଜସ୍ଥାନର ଶାସକ ଦଳ କଂଗ୍ରେସର ଦୁଇ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ସିଏମ ଅଶୋକ ଗେହଲୋତଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୧୦ରୁ ଅଧିକ ବିଧାୟକଙ୍କ ସହ ଦିଲ୍ଲୀ ହାଇକମାଣ୍ଡଙ୍କୁ ଭେଟିବାକୁ ଆସିଛନ୍ତି। ଏଭଳି ପରିସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଟୁଇଟ ଯୋଗେ କହିଛନ୍ତି ‘ମୁଁ ଦଳ ପାଇଁ ଚିନ୍ତିତ। ଘୋଡାମାନେ ଘୋଡାଶାଳ ଛାଡିବା ପରେ ଆମେ ଜାଗ୍ରତ ହେବା କି? ଭାଜପା ଦଳର ଜାତୀୟ ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ପ୍ରୀତି ଗାନ୍ଧୀ ଏହି ଟୁଇଟର ଜବାବରେ କହିଛନ୍ତି, ଘୋଡାମାନେ କେଉଁଠାରେ ଅଛନ୍ତି? ତୁମର ଘୋଡାଶାଳରେ କେବଳ ଗଧ ଅଛନ୍ତି ବୋଲି କହିଛନ୍ତି।

Share