Categories: ଜାତୀୟ

ଆସାମରେ ପରିସୀମାକୁ ନେଇ ବଢିଲା ବିବାଦ, ବରିଷ୍ଠ ଭାଜପା ନେତା ଦେଲେ ଇସ୍ତଫା

ଗୁଆହାଟୀ,୧୯।୮: ଆସାମରେ ପରିସୀମାର ଅନ୍ତିମ ରିପୋର୍ଟ ଆସିବା ପରେ ବିବାଦ ବଢିବାରେ ଲାଗିଛି। ନଗାଓଁ ସଂସଦୀୟ ନିର୍ବାଚନମଣ୍ଡଳୀର ପରିସୀମାରେ ଅସନ୍ତୁଷ୍ଟ ହୋଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରାଜେନ ଗୋହେନ ଶୁକ୍ରବାର ଆସାମ ଖାଦ୍ୟ ଏବଂ ନାଗରିକ ଯୋଗାଣ ନିଗମ ଲିମିଟେଡ୍‌ ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ପରିସୀମା ପରେ ନଗାଓଁ ଲୋକ ସଭା ନିର୍ବାଚନମଣ୍ଡଳୀର କିଛି ଅଂଶକୁ ନବ ଗଠିତ କାଜିରଙ୍ଗା ଲୋକ ସଭା ନିର୍ବାଚନମଣ୍ଡଳୀରେ ସାମିଲ କରାଯାଇଛି।

Share