Categories: ଜାତୀୟ

ରାହୁଲଙ୍କୁ କୋର୍ଟକୁ ଟାଣିଆଣିବି: ଆମେରିକାରେ ଏମିତି କ’ଣ କହିଦେଲେ କଂଗ୍ରେସ ନେତା, ଯାହାକୁ ଶୁଣି…

ନୂଆଦିଲ୍ଲୀ,୧୦।୯: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବୟାନକୁ ନେଇ ଭାରତ ଭାରତୀୟ ଜନତା ପାର୍ଟି (ଭାଜପା) ର ଟାର୍ଗେଟରେ ଅଛନ୍ତି। ଭାଜପା ନେତାମାନେ ତାଙ୍କ ବିବୃତ୍ତିକୁ ନିରନ୍ତର ସମାଲୋଚନା କରୁଛନ୍ତି ଏବଂ ଆକ୍ରମଣ କରୁଛନ୍ତି। ଏହି ସମୟରେ ଜଣେ ଭାଜପା ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟକୁ ଟାଣି ଆଣିବେ ବୋଲି ଧମକ ଦେଇଛନ୍ତି।

ଶିଖଙ୍କ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ଭାଜପାର ଜାତୀୟ ମୁଖପାତ୍ର ଆରପି ସିଂ କହିଛନ୍ତି, ଦିଲ୍ଲୀରେ ୩୦୦୦ଶିଖଙ୍କୁ ହତ୍ୟା କରାଯାଇଥିଲା, ସେମାନଙ୍କ ପଗଡି କାଢି ଦିଆଯାଇଥିଲା, କେଶ କାଟି ଦିଆଯାଇଥିଲା ଏବଂ ଦାଢି କାଟି ଦିଆଯାଇଥିଲା। ସେ (ରାହୁଲ ଗାନ୍ଧୀ) କହୁନାହିଁ କି ସେ (କଂଗ୍ରେସ) କ୍ଷମତାରେ ଥିବାବେଳେ ଏହା ଘଟିଥିଲା। ମୁଁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରୁଛି ଶିଖମାନଙ୍କ ବିଷୟରେ ଯାହା କହୁଛନ୍ତି ତାହା ଭାରତରେ ଆଉଥରେ ତାହା ପୁନରାବୃତ୍ତି କରନ୍ତୁ, ମୁଁ ତାଙ୍କ ବିରୋଧରେ ମାମଲା ଦାୟର କରିବି। ମୁଁ ତାଙ୍କୁ କୋର୍ଟକୁ ଟାଣିଆଣିବି।

ଆମେରିକାର ଭିରଜିନିଆରେ ରାହୁଲ ଗାନ୍ଧୀ କହିଥିଲେ ଯେ ପ୍ରଥମେ ଆମକୁ ପ୍ରକୃତରେ କ’ଣ ପାଇଁ ଲଢେଇ ହେଉଛି, ସେକଥା ବୁଝିବାକୁ ପଡିବ, ଏହା ରାଜନୀତିକ ଲଢେଇ ନୁହେଁ। ଏହା ସୁପରଫିସିଆଲ। ଜଣେ ଶିଖକୁ ଭାରତରେ ପଗଡି ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ? ଜଣେ ଶିଖକୁ ଭାରତରରେ କଡା ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ? ଜଣେ ଶିଖ ହିସାବରେ ଗୁରୁଦ୍ୱାରା ଯାଇ ପାରିବ କି ନାହିଁ, ବର୍ତ୍ତମାନ ସେହି ଲଢେଇ ଚାଲିଛି। ଏହି ଲଢେଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି। ଏହାକୁ ଭାଜପା ସମାଲୋଚନା କରିବା ସହ ୧୯୮୪ରେ ଶିଖ ଦଙ୍ଗା କଥା ଉଠାଇଛି।

Share