ନୂଆଦିଲ୍ଲୀ,୧।୯: ଘରୋଇ ସହାୟିକାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେବା ଅଭିଯୋଗରେ ବୁଧବାର ଗିରଫ ହୋଇଥିବା ଭାଜପା ନେତ୍ରୀ ସୀମା ପାତ୍ରଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ପରେ ସୀମାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତେବେ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସୀମା କହିଛନ୍ତି।
ଦଳିତ ସହାୟିକାଙ୍କୁ ୮ ବର୍ଷ ହେଲା ଘରେ ଅଟକ ରଖି ସୀମା ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିବା ଖବର ଜଣାପଡ଼ିବା ପରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ସୀମାଙ୍କ ସ୍ବାମୀ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର।