Categories: ଜାତୀୟ

ଟୁଇଟ୍‌ କରି ଫସିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୧।୫:ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ଟୁଇଟ୍‌ କରି ଫସିଯାଇଛନ୍ତି। ଟୁଇଟର ତାଙ୍କ ଟୁଇଟ୍‌କୁ ମ୍ୟାନୁପଲେଟେଡ୍‌ ମିଡିଆ ବା ‘କଣ୍ଟେଣ୍ଟ୍‌ ହେରଫେର’ ବୋଲି କହିଛି। ସୂଚନାଯୋଗ୍ୟ, ସମ୍ବିତ ଟୁଇଟ୍‌ କରି କହିଥିଲେ ଯେ, କଂଗ୍ରେସ ଟୁଲ୍‌କିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି। ମେ ୧୮ରେ ସମ୍ବିତଙ୍କ ଦ୍ୱାରା କରାଯାଇଥିବା ଏକ ଟୁଇଟ୍‌ରେ ଏକ ଡକ୍ୟୁମେଣ୍ଟ ଫଟୋ ଶେୟାର କରାଯାଇଥିଲା। କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ କଂଗ୍ରେସ ସୋସିଆଲ ମିଡିଆ ମାଧ୍ୟମରେ ବ୍ୟବହାର କରୁଥିବା ପଦ୍ଧତିଗୁଡ଼ିକର ଏହା ଏକ ତାଲିକା ବୋଲି ସମ୍ବିତ ଦାବି କରିଥିଲେ। ତେବେ ଏହି ଡକ୍ୟୁମେଣ୍ଟ ନକଲି ବୋଲି କଂଗ୍ରେସ କହିଥିଲା।
ଟୁଇଟର୍‌ର ନିୟମ ଅନୁଯାୟୀ, ଯଦି ଆପଣ କୌଣସି ବିଷୟବସ୍ତୁ ଉପରେ ସୂଚନା ଦେବାକୁ ଟୁଇଟ୍‌ କରିଛନ୍ତି, କିନ୍ତୁ ଏହାର ଉତ୍ସ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିନାହିଁ କିମ୍ବା ଏହା ଭୁଲ, ତା’ହେଲେ ଏଭଳି ଟୁଇଟ୍‌, ଫଟୋ, ଭିଡିଓ ଉପରେ କମ୍ପାନୀ ଏପରି ମ୍ୟାନୁପଲେଟେଡ ଟ୍ୟାଗ ଲଗାଇ ଥାଏ।

Share