କଟିହାର,୭ ।୧୧: ବିହାରର କଟିହାର ଜିଲାରେ ସୋମବାର ସ୍ଥାନୀୟ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜିବ ମିଶ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାକୁ ବିରୋଧ କରି ଲୋକେ ଚକାଜାମ କରି ଦେଇଛନ୍ତି । ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ ହୋଇଛି ।
ପୋଲିସର ସୂଚନା ଅନୁଯାୟୀ, ବାଇକରେ ଆସି ୨ ଜଣ ସନ୍ଦିଗ୍ଧ ଟେଲଟା ଥାନା ଅଞ୍ଚଳରେ ସ୍ଥିତ ମିଶ୍ରାଙ୍କ ଘରେ ପହଞ୍ଚି ସେହିଠାରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ହତ୍ୟାକୁ ବିରୋଧ କରି ସ୍ଥାନୀୟ ଲୋକେ ଚକାଜାମ କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତ ଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଘଟଣାର ଯାଞ୍ଚ ଆରମ୍ଭ କରିଛି ।