ନୂଆଦିଲ୍ଲୀ,୧୭।୮ : କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀମାନେ ମଙ୍ଗଳବାର ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। କୁଲଗାମ ଜିଲାର ନିର୍ବାଚନମଣ୍ଡଳୀର ଭାଜପା ଇନଚାର୍ଜରେ ଥିଲେ ଜାଭିଦ ଅହମ୍ମଦ ଦାର। କୁଲଗାମର ବ୍ରାଜଲୁ-ଜାଗିର ଠାରେ ଜାଭିଦଙ୍କୁ ଗୁଳି କରାଯାଇଥିଲା। ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଭାଜପାର ମିଡିଆ ସେଲ ମୁଖ୍ୟ ମନଜୁର ଅହମ୍ମଦ।
ଚଳିତ ମାସରେ କଶ୍ମୀରରେ ଭାଜପା ନେତାଙ୍କୁ ହତ୍ୟା କରାଯିବାର ଏହା ଦ୍ୱିତୀୟ ଘଟଣା। ଏଥିପୂର୍ବରୁ ଅନନ୍ତନାଗଠାରେ ଭାଜପା ନେତା ଗୁଲାମ ରସୁଲ ଦାର ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା। ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ସମସ୍ତ ରାଜନୈତିକ ଦଳ ନିନ୍ଦା କରାଯାଇଛି।