Posted inଜାତୀୟ

ରାଲି ପୂର୍ବରୁ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

ଭୋପାଳ, ୨୩।୬: ରବିବାର ସକାଳୁ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ନେତା ଜଣଙ୍କ ମଧ୍ୟ ପ୍ରଦେଶର ମନ୍ତ୍ରୀ କୈଳାଶ ବିଜୟଭାର୍ଗିୟାଙ୍କ ନିକଟତର । ତାଙ୍କ ନାମ ମନୁ କଲ୍ୟାଣେ । ମନୁ ଭାଜପା ଯୁବ ମୋର୍ଚ୍ଚାର ନଗର ଉପସଭାପତି ଥିଲେ । ପ୍ରଥମିକ ତଦନ୍ତରୁ ପିୟୁସ୍‌ ଏବଂ ଅର୍ଜୁନ ନାମକ ଦୁଇଜଣ ଯୁବକ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ପୁରୁଣା ଶତ୍ରୁତା ରହିଥିଲା । ହତ୍ୟା ଘଟାଇ ଦୁଇ ଅପରାଧୀ ଫେରାର ହୋଇଥିବା ପୋଲିସ୍‌ କହିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଚିମନବାଗ ଅଞ୍ଚଳରେ ବ୍ୟାନର ଏବଂ ପୋଷ୍ଟର ମାରୁଥିବା ଦୁଇଜଣ ଯୁବକଙ୍କୁ କଲ୍ୟାଣେ ବିରୋଧ କରିଥିଲେ । ଆଜି ଏକ ରାଲି ଥିବାରୁ କଲ୍ୟାଣେ ବ୍ୟସ୍ତ ଥିବା ବେଳେ ଯୁବକ ଦୁଇଜଣ ତାଙ୍କୁ ତାଙ୍କ ଫୋନ୍‌ ନମ଼୍ବର ମାଗିଥିଲେ । ପରେ ସେ ଫୋନ୍‌ ବାହାର କରିବା ସମୟରେ ସେମନଙ୍କ ମଧ୍ୟରୁ ଜଣେ ଯୁବକ ବନ୍ଧୁକ ବାହାର କରି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ସଙ୍ଗେସଙ୍ଗେ କଲ୍ୟାଣେଙ୍କୁ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କଲ୍ୟାଣେ ଦଳର ଜଣେ ଦୃଢ଼ ସଙ୍ଗଠକ ଥିଲେ । ସେ ଅଞ୍ଚଳରେ ଆୟୋଜନ ହେଉଥିବା ଦଳର ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ଼୍ବ ନେଉଥିଲେ । ତେବେ ତାଙ୍କୁ ହତ୍ୟା ପରେ ପୋଲିସ୍‌ ଘଟଣାସ୍ଥଳକୁ ସିଲ୍‌ କରିବା ସହିତ ତାଙ୍କ ଘର ପାଖରେ ବ୍ୟାପକ ପୋଲିସ ମୁତୟନ କରିଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା...

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ବଢିଲା e-KYC ତାରିଖ

ନୂଆଦିଲ୍ଲୀ,୧୪।୩: ରାଶନ କାର୍ଡଧାରୀ ପାଇଁ ଖୁସି ଖବର। ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ରାଶନ କାର୍ଡଧାରୀଙ୍କୁ ପୁଣି ଥରେ e-KYC ପଞ୍ଜୀକରଣର ଶେଷ...

Blood Moon: ବଦଳିଯିବ ଜହ୍ନର ରଙ୍ଗ, ରାତି ଆକାଶରେ ହୋଇଯିବ ଗାଢ ଲାଲ୍‌

ବଦଳିଯିବ ଜହ୍ନର ରଙ୍ଗ। ଦେଖାଯିବ ଗାଢ ଲାଲ୍‌। ମାର୍ଚ୍ଚ ୧୪ ତାରିଖ ଅର୍ଥାତ୍‌ ହୋଲି ଦିନରେ ଆକାଶରେ ଦେଖି ପାରିବେ ବ୍ଲଡ ମୁନ । ଏପରି...

ମହଙ୍ଗା ମାଡରେ ଯୁଝୁଛି ଏହି ରାଜ୍ୟ, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୪।୩: ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲେ ମଧ୍ୟ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO)ର ତଥ୍ୟ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରୁ...

ଯେଉଁ ବ୍ୟକ୍ତି ଡିଜାଇନ କରିଥିଲେ ଟଙ୍କାର ପ୍ରତୀକ ‘‘₹’’, ଷ୍ଟାଲିନଙ୍କ ନିଷ୍ପତ୍ତି ଉପରେ ଦେଲେ ବଡ଼ ବୟାନ…

ଚେନ୍ନାଇ, ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ବ୍ୟବହାରୀକ ପ୍ରତୀକ ‘₹’ ହଟାଇ...

ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲେ ୩

ଗାନ୍ଧୀନଗର,୧୪ା୩: ଗୁଜରାଟର ରାଜକୋଟରେ ଶୁକ୍ରବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଆଟଲାଣ୍ଟିସ ବିଲଡିଂରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି କୋଠା ଭିତରେ...

ମାର୍ଚ୍ଚରେ ଦେଶବ୍ୟାପୀ ଦୁଇଦିନ ବ୍ୟାଙ୍କ ବନ୍ଦ, ଆଗରୁ ସାରି ଦିଅନ୍ତୁ ସବୁ କାମ

ନୂଆଦିଲ୍ଲୀ,୧୪ା୩: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଗୁରୁବାର ଘୋଷଣା କରିଛି ଯେ ଏହାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାର୍ଚ୍ଚ ୨୪ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image