Categories: ଜାତୀୟ

ରାଲି ପୂର୍ବରୁ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

ଭୋପାଳ, ୨୩।୬: ରବିବାର ସକାଳୁ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ନେତା ଜଣଙ୍କ ମଧ୍ୟ ପ୍ରଦେଶର ମନ୍ତ୍ରୀ କୈଳାଶ ବିଜୟଭାର୍ଗିୟାଙ୍କ ନିକଟତର । ତାଙ୍କ ନାମ ମନୁ କଲ୍ୟାଣେ । ମନୁ ଭାଜପା ଯୁବ ମୋର୍ଚ୍ଚାର ନଗର ଉପସଭାପତି ଥିଲେ । ପ୍ରଥମିକ ତଦନ୍ତରୁ ପିୟୁସ୍‌ ଏବଂ ଅର୍ଜୁନ ନାମକ ଦୁଇଜଣ ଯୁବକ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ପୁରୁଣା ଶତ୍ରୁତା ରହିଥିଲା । ହତ୍ୟା ଘଟାଇ ଦୁଇ ଅପରାଧୀ ଫେରାର ହୋଇଥିବା ପୋଲିସ୍‌ କହିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଚିମନବାଗ ଅଞ୍ଚଳରେ ବ୍ୟାନର ଏବଂ ପୋଷ୍ଟର ମାରୁଥିବା ଦୁଇଜଣ ଯୁବକଙ୍କୁ କଲ୍ୟାଣେ ବିରୋଧ କରିଥିଲେ । ଆଜି ଏକ ରାଲି ଥିବାରୁ କଲ୍ୟାଣେ ବ୍ୟସ୍ତ ଥିବା ବେଳେ ଯୁବକ ଦୁଇଜଣ ତାଙ୍କୁ ତାଙ୍କ ଫୋନ୍‌ ନମ଼୍ବର ମାଗିଥିଲେ । ପରେ ସେ ଫୋନ୍‌ ବାହାର କରିବା ସମୟରେ ସେମନଙ୍କ ମଧ୍ୟରୁ ଜଣେ ଯୁବକ ବନ୍ଧୁକ ବାହାର କରି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ସଙ୍ଗେସଙ୍ଗେ କଲ୍ୟାଣେଙ୍କୁ ତାଙ୍କ ସାଙ୍ଗମାନେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କଲ୍ୟାଣେ ଦଳର ଜଣେ ଦୃଢ଼ ସଙ୍ଗଠକ ଥିଲେ । ସେ ଅଞ୍ଚଳରେ ଆୟୋଜନ ହେଉଥିବା ଦଳର ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ଼୍ବ ନେଉଥିଲେ । ତେବେ ତାଙ୍କୁ ହତ୍ୟା ପରେ ପୋଲିସ୍‌ ଘଟଣାସ୍ଥଳକୁ ସିଲ୍‌ କରିବା ସହିତ ତାଙ୍କ ଘର ପାଖରେ ବ୍ୟାପକ ପୋଲିସ ମୁତୟନ କରିଥିବା ଜଣାପଡ଼ିଛି ।

Share