Categories: ଜାତୀୟ

ଖବରଦାତାଙ୍କ ହତ୍ୟା ଘଟଣାକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସୁଶୀଲ ମୋଦି

ପାଟନା,୧୯।୮: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ସାମରିଆପୁରର ଅରରିଆରେ ଖବରଦାତା ତଥା ଇନ୍ସପେକ୍ଟରଙ୍କ ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିବା ସହ ଶୁକ୍ରବାର କହିଛନ୍ତି ସରକାର ଅପରାଧୀଙ୍କ ନିକଟରେ ସରକାର ଆତ୍ମସମର୍ପଣ କରିଛନ୍ତି। କ୍ଷମତାରେ ରହିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପରାଧ, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା (କ୍ରାଇମ, କରପଶନ ଓ କମ୍ୟୁନାଲିଜମ) ବା ‘ଟ୍ରିପଲ ସି’ ସହିତ ଆପୋଷ ବୁଝାମଣା କରିଛନ୍ତି। ସେ ଅପରାଧ ବନ୍ଦ କରିବାର ଇଚ୍ଛେ ଶକ୍ତିକୁ ହରାଇ ସାରିଛନ୍ତି। ଅପରାଧୀଙ୍କ ଜାତି ଏବଂ ଧର୍ମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସରକାର ରାଜ ଧର୍ମକୁ ଅନୁସରଣ କରିପାରିବେ ନାହିଁ।
ସୁଶୀଲ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଯଦି ନୀତୀଶ କୁମାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶଂସା କରିବାକୁ ଛଳନା କରୁ ନାହାଁନ୍ତି, ତେବେ ସେ ରାଜନୀତିକୁ ଦୂରେଇ ରଖି ବିହାରରେ ଆଇନ ଶୃଙ୍ଖଳା ପ୍ରତିଷ୍ଠା କରିବା ପାଇଁ ରାଜ ଧର୍ମକୁ ଅନୁସରଣ କରିବା ଉଚିତ। ଯେତେବେଳେ ନୀତୀଶ କୁମାର ଲାଲୁ ପ୍ରସାଦଙ୍କ ସହ ହାତ ମିଳାଇଲେ, ସେତେବେଳେ ରାଜ୍ୟରେ ଅପରାଧୀଙ୍କ ସଂଖ୍ୟା ବଢିଯାଇଥିଲା। ଆରଜେଡି ସହିତ ଦ୍ୱିତୀୟ ସିଫ୍ଟରେ ନୀତୀଶ ସରକାର ବାଲୁ-ମଦ ମାଫିଆ ଏବଂ ଗୋରୁ ଚୋରା ଚାଲାଣକାରୀଙ୍କ ଚାପରେ ସମ୍ପୂର୍ଣ୍ଣ ଭାବେ ଆସିଛନ୍ତି।

Share