Categories: ଜାତୀୟ

ପୁଣି ସାମ୍ନାସାମ୍ନି ହେବେ ଶୁଭେନ୍ଦୁ-ମମତା

କୋଲକାତା,୧୦।୫: ପଶ୍ଚିମବଙ୍ଗ ବିଧାନସଭା ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପଞ୍ଚିମବଙ୍ଗ ଭାଜପା ବିରୋଧୀ ଦଳ ନେତା ଭାବେ ଦଳ ପକ୍ଷରୁ ସୋମବାର ଚୟନ କରାଯାଇଛି। ଭାଜପା ଦେଇଥିବା ଗୁରୁ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବେ ବୋଲି ଶୁଭେନ୍ଦୁ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ, ଶୁଭେନ୍ଦୁ ଗତ ଡିସେମ୍ବରରେ ତୃଣମୂଳ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ପରେ ଭାଜପା ତାଙ୍କୁ ନନ୍ଦିଗ୍ରାମ ଆସନ ପାଇଁ ଟିକେଟ୍‌ ଦେଇଥିଲା। ନିର୍ବାଚନରେ ଶୁଭେନ୍ଦୁ ୧୯ଶହରୁ ଊର୍ଦ୍ଧ୍ୱ ଭୋଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ। ଶୁଭେନ୍ଦୁ ୧,୧୦,୭୬୪ ଭୋଟ ପାଇଥିବା ବେଳେ ମମତା ୧,୦୮୮୦୮ଭୋଟ ପାଇଥିବା ଜଣାପଡିଛି।

Share