Categories: ଜାତୀୟ

ନନ୍ଦିଗ୍ରାମରୁ ପ୍ରାର୍ଥିପତ୍ର ଦାଖଲ କଲେ ଶୁଭେନ୍ଦୁ

କୋଲକାତା,୧୨ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସେଠାରେ ରାଜନିତୀ ବେଳକୁ ବେଳ ରୋମାଞ୍ଚକ ହେବାକୁ ଲାଗିଛି । ସେଠାରେ ବିଶେଷ ଭାବେ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ପ୍ରତିଯୋଗୀତା ଲାଗିଛି । ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ତାଙ୍କ ଉପରକୁ ହୋଇଥିବା ଆକ୍ରମଣର ନିନ୍ଦା କରାଯାଉଛି । ଏପଟେ ଟିଏମ୍‌ସିରୁ ଆସି ଭାଜପାରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ସେହି ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହ ସେ କହିଛନ୍ତି ଏଥର ପଶ୍ଚିମବଙ୍ଗରେ ଭାଜପା ଶାସନ କରିବ । ୨୦୧୯ ନିର୍ବାଚନରେ ଭାଜପା ଏଠି ୧୮ ଆସନ ପାଇଥିବା ବେଳେ ଏଥର କିନ୍ତୁ ଆହୁରି ଅଧିକ ଆସନରେ ବିଜୟୀ ହୋଇ ସରକାର ଗଢିବ ଭାଜପା ବୋଲି କହିଛନ୍ତି ଶୁଭେନ୍ଦୁ । ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ସେ ତାଙ୍କ ପ୍ରଶଂସକଙ୍କ ସହ ଯାଇ ଜାନକିନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Share