Categories: ଜାତୀୟ

ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ

କୋଲକାତା,୮ ।୩: ବେଳକୁ ବେଳ ପଶ୍ଚିମବଙ୍ଗ ରାଜନୀତି ହେଉଛି ସରଗରମ । ଗତ ସପ୍ତାହରେ ଶାସକ ତୃଣମୂଳ କଂଗ୍ରେସ ୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ଲଢିବାକୁ ଘୋଷଣା କରିଥିବା ବେଳେ ସମସ୍ତଙ୍କ ନଜର ଥିଲା ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ଉପରେ । ମିଳିଥିବା ସୂଚନାରୁ ଜଣାପଡିଛି ଯେ ନିକଟରେ ତୃଣମୂଳ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ମମତାଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛି । ମାର୍ଚ୍ଚ ୧୨ରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଏବେ ଆଲୋଚନା ହେଉଛି କି ନନ୍ଦିଗ୍ରାମରେ ଟକ୍‌ଯ ହେବ ଜୋରଦାର ।

Share