Categories: ଜାତୀୟ

ନିର୍ବାଚନ ଲଢିବେ ଉମା ଭାରତୀ, ଟ୍ବିଟ୍‌ କରି ଦେଲେ ସୂଚନା

ଭୋପାଳ,୬।୯: ୨୪ଲୋକସଭା ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ୨୦୨୩ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି

ଉମା ଭାରତୀ ଟୁଇଟ କରି କହିଛନ୍ତି, ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ନିଶ୍ଚିତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୋତେ ନେଇ ଯେଉଁ ଅନୁମାନ ଲଗାଯାଉଛି ତାକୁ ପ୍ରତ୍ୟାଖାନ କରନ୍ତୁ। ଯାହା ଖବର ପ୍ରକାଶିତ ହେଉଛି ତାହା ହେଉଛି ତଥ୍ୟ ଏବଂ ଧାରଣାର ମିଶ୍ରଣ। ଅନେକ ଥର ସତ ଅନୁମାନଠାରୁ ଭାରି ପଡିଯାଏ ଆଉ ଅନୁମାନ ଭୁଲ ସାବ୍ୟସ୍ତ ହୋଇଥାଏ। ମୋତେ ଦଳର ନିର୍ବାଚନୀ ପ୍ରଚାରରେ ମିଶା ନ ଗଲେ ମଧ୍ୟ ବିଧାନସଭା ନିର୍ବାଚନରେ ନିଶ୍ଚିତ ଭାବେ ଲଢିବି।

Share