ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ଭାଜପା ନେତା

ବନ୍ତ,୨୭।୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଆଦି ଜଳବନ୍ଦୀ ଗ୍ରାମ ଗୁଡିକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଭାଜପା ନେତା ବୁଧବାର ବଦ୍ରୀ ନାରାୟଣ ଧଳ ପରିଦର୍ଶନ କରିଛନ୍ତି। ଉପରୋକ୍ତ ଗ୍ରାମକୁ ଯାଇଥିବା ରାସ୍ତାର ଦୁରବସ୍ଥା ଦେଖିବା ସହ ପାଣିରେ ବୁଡି ରହିଥିବା ଚାଷ ଜମି ଓ ଲୋକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ। ଉଲ୍ଲେଖ ଯେ, ଲଘୁଚାପ ବର୍ଷା ଓ ରେବ ନଦୀର ଜଳରେ ଗୋହିରାପଦୀରୁ ମୁଗଗଢିଆ ଦେଇ ବିକେବିଏମ୍‌ ରୋଡ୍‌କୁ ସଂଯୋଗ କରୁଥିବା ରାସ୍ତାର ମୁଗଗଢିଆ ଠାରେ ଘାଇ ସୃଷ୍ଟି ହୋଇ ୩ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ଅବଗତ କରିବା ପରେ ମଙ୍ଗଳବାର ବିଡିଓ ରେବେକା ବିଲୁଙ୍ଗ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।

Share