Categories: ଜାତୀୟ

‘ପୂର୍ବରୁ ୫ ହଜାର ଟଙ୍କାର ଚଷମା ପିନ୍ଧୁଥିବା ଭାଜପା ନେତା ଏବେ ପିନ୍ଧୁଛନ୍ତି ୧.୫୦ ଲକ୍ଷ ଟଙ୍କାର ଚଷମା’

ଶ୍ରୀନଗର,୯।୧୦: ପିଡିପି ମୁଖ୍ୟ ମେହବୁବା ମୁଫତି ରବିବାର ଜମ୍ମୁର ଗାନ୍ଧିନଗରରେ ଥିବା ପାର୍ଟି କାର୍ଯ୍ୟାଳୟ ବାହାରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପାକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ଆଜି ଭାଜପା ଦଳ ଦୁନିଆର ସବୁଠାରୁ ଧନୀ ଦଳ ହୋଇପାରିଛି। ଭାଜପା ସେମାନଙ୍କ ବଡ଼ ବଡ଼ ସାଙ୍ଗମାନଙ୍କ ଋଣ ଛାଡ କରିବାକୁ ଏକ କମିଶନ ପାଆନ୍ତି, ସେଥିପାଇଁ ୨୦୧୪ ପୂର୍ବରୁ ୧୦୦ ଟଙ୍କା ମୂଲ୍ୟର ଗାମୁଛା ପିନ୍ଧୁଥିବା ଏହି ଦଳର ନେତାମାନେ ଆଜି ୮୦,୦୦୦ ଟଙ୍କାର ଏକ ଗାମୁଛା ପିନ୍ଧୁଛନ୍ତି। ଯେଉଁମାନେ ପୂର୍ବରୁ ୫୦୦୦ ଟଙ୍କିଆ ଚଷମା ପିନ୍ଧୁଥିଲେ ସେମାନେ ଆଜି ୧.୫ ଲକ୍ଷ ଚଷମା ପିନ୍ଧି ବୁଲୁଛନ୍ତି। ଯେତେବେଳେ ବି ଭାଜପା କୌଣସି ରାଜ୍ୟ ସରକାରକୁ ହଟାଇବାକୁ ଚାହିଁବ, ସେତେବେଳେ ଇଡି, ସିବିଆଇ, ଏନଆଇଏ, ଏସିବି ସହାୟତା ନିଏ। ଇଡି, ସିବିଆଇ, ଏନଆଇଏ, ଏସିବି ସବୁ ଯେଉଁଠି ବିଫଳ ହୁଏ, ସେତେବେଳେ ସେଠାରେ ଟଙ୍କା କାମ କରେ।
ମେହବୁବା ମୁଫତି କେନ୍ଦ୍ର ସ୍ବରାଷ୍ଟ୍ର ଅମିତ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆଜି ଜମ୍ମୁରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଭାଜପା ପ୍ରତିଶ୍ରୁତି ଦେଇଛି, ତେବେ ଲେଫ୍ଟନାଣ୍ଟ ଗଭର୍ନର, ମୁଖ୍ୟ ସଚିବ କିମ୍ବା ଲେଫ୍ଟନାଣ୍ଟ ଗଭର୍ନରଙ୍କ ପରାମର୍ଶଦାତା ଭାବରେ ସେମାନେ କାହିଁକି ଜାମ୍ମୁ ନାଗରିକ କରିନାହାଁନ୍ତି ବୋଲି ମୁଫତି ପ୍ରଶ୍ନ କରିଛନ୍ତି।

Share