Categories: ଜାତୀୟ

ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ,୨୪।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣିି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାର ଦିନକୁ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଆନୁଷ୍ଠାନିକ ଭାବେ ବିଧାନସଭା ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହାପରେ ଭାଜପାର ସମସ୍ତ ତୁଙ୍ଗ ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଏହାର କିଛି ସମୟ ପରେ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜେ ରାଜଭବନକୁ ଯାଇ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଭେଟିଛନ୍ତି। ଏହି ସମୟରେ ଭାଜପା ନେତା କେଶବ ପ୍ରସାଦ ମୌର୍ଯ୍ୟ, ରଘୁବର ଦାସ ଏବଂ ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ ଉପସ୍ଥିତ ଥିଲେ।

Share