Categories: ଜାତୀୟ

ହରିୟାଣା ଉପରେ କହିବା ମନା, ଏକଜିଟ ପୋଲ୍‌କୁ ନେଇ ଭାଜପା ନେତାଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ,୬।୧୦: ହରିୟାଣା, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ୍‌ରେ ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ ଏବଂ ହରିୟାଣାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦାବି ରହିଛି।

ଏ ସମ୍ପର୍କରେ ସମସ୍ତ ରାଜନୈତିକ ଦଳର ନେତାଙ୍କ ପ୍ରତିକ୍ରିୟା ରହିଛି। ଏହି କ୍ରମରେ ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ମୁଖ୍ୟ ତଥା ଭାଜପା ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କୁ ପଚରାଯାଇଥିଲା ଯେ ଆପଣ ଭାବୁଥିବେ ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ସରକାର କିଏ ଗଠନ କରିବେ ଏଥିପାଇଁ ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଆମେ ଦେଖୁଛୁ ଯେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ କରିବ। ଏଥି ସହିତ ହରିୟାଣା ବିଷୟରେ ସେ କହିଛନ୍ତି ଯେ ହରିୟାଣା ଉପରେ କହିବା ନିଷେଧ।

Share