Categories: ଜାତୀୟ

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲା: ଜାମିନକୁ ନେଇ ବିରୋଧ ପ୍ରଦର୍ଶନ କଲା ଭାଜପା

ମୁମ୍ବାଇ,୧୨ ।୯: ମହାରାଷ୍ଟ୍ରରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲାରେ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏବେ ଏହାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଅତିରିକ୍ତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନକାରୀଙ୍କ ମଧ୍ୟରେ ମାଡ ଖାଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କ ଝିଅ ବି ଉପସ୍ଥିତ ରହିଛନ୍ତି । ଏମାନେ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହିନ ମାମଲା ପାଇଁ ଦାବି କରିଛନ୍ତି । ମଦନଙ୍କ ଝିଅ ଶିଲା ଶର୍ମା କହିଛନ୍ତି ମହାରାଷ୍ଟ୍ର ସରକାରଙ୍କୁ ମୁଁ କିଛି କହିବାକୁ ଚାହୁଁନାହିଁ କାରଣ ତାଙ୍କ ଉପରେ ମୋର ଭରସା ନାହିଁ । ସୂଚନାଯୋଗ୍ୟ, ମଦନ ଶର୍ମା ହ୍ୱାଟସ୍ ଆପ୍‌ରେ ଏକ କାର୍ଟୁନ ଶେୟାର କରିବାକୁ ନେଇ ଶିବସେନା କର୍ମୀ ଖୁବ୍ ରାଗି ଯାଇଥିଲେ । ଆଉ ତାଙ୍କୁ ରାଜରାସ୍ତାରେ ମାରପିଟ କରିଥିଲେ । ତେବେ ଶବିସେନା କର୍ମୀଙ୍କ ଏଭଳି କାର୍ଯ୍ୟକୁ ଅନେକ ନିନ୍ଦା ମଧ୍ୟ କରିଛନ୍ତି ।

Share