Categories: ଜାତୀୟ

ପୁଅ ବୌଦ୍ଧ ଧର୍ମରେ ବିବାହ କରିବାରୁ ଭାଜପା ନେତା ଦଳରୁ ବହିଷ୍କୃତ

ଲେହ,୧୮।୮: ପୁଅ ବୌଦ୍ଧ ଧର୍ମାବଲମ୍ବୀ ଯୁବତୀଙ୍କୁ ବିବାହ କରିବାରୁ ଜଣେ ବାପାଙ୍କୁ ଭାଜପାରୁ ବହିଷ୍କୃତ ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରର ଲଦାଖ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଲଦାଖ ଭାଜପା ନେତା ତଥା ରାଜ୍ୟ ଭାଜପା ଉପ ସଭାପତି ନାଜିର ଅହମ୍ମଦ( ୭୪)ଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ବହିଷ୍କାର କରାଯାଇଛି। ଏହି ଘଟଣାରେ ନାଜିରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଲଦାଖ ଭାଜପା ମୁଖ୍ୟ ଫୁଙ୍ଗ୍‌ଚକ୍‌ ଷ୍ଟାନ୍‌ଜିନ୍‌ ବୁଧବାର କହିଛନ୍ତି। ଲଦାଖରେ ରହୁଥିବା ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଏକତା ରକ୍ଷା କରିବା ଲାଗି ଏଭଳି ପଦକ୍ଷେପ ନିଆଯିବା ଉଚିତ ଥିଲା ବୋଲି ଭାଜପା ଏକ ପ୍ରତିକ୍ରିୟାରେ କହିଛି।

Share