ଜଗନ୍ନାଥ ବିଶ୍ରାମସ୍ଥଳୀ ସ୍ଥାନାନ୍ତର କାହା ସ୍ବାର୍ଥରେ: ସମ୍ବିତ

ଭୁବନେଶ୍ୱର,୧।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆଇଟିଡିସି ତରଫରୁ ଟେଣ୍ଡର ଆହ୍ବାନ କରାଯାଇ ପୁରୀ ବଗଲା ଧର୍ମଶାଳା ଜମି ଉପରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି। ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ପାଇଁ ୩.୨୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇସାରିଥିଲା ା ମାତ୍ର ପ୍ରପର୍ଟି ଡିଲର ସାଜିଥିବା ରାଜ୍ୟ ସରକାର ହୀନ ଚକ୍ରାନ୍ତ କରି ଉକ୍ତ ଜମିକୁ ପ୍ଲଟିଂକରି ବିକ୍ରି କରିଦେବାର ଅପପ୍ରୟାସ କରୁଛନ୍ତି ବୋଲି ଭାଜପା ନେତା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, କିଛି ତୁଙ୍ଗନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଖୁସ୍‌ କରିବା ପାଇଁ ରାଜ୍ୟ ସରକାର ମସୁଧା କରୁଛନ୍ତି ା ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମିଛ କଥା କହି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଜମି ସ୍ଥାନାନ୍ତର କାହା ସ୍ବାର୍ଥରେ ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି।

Share