Categories: ଜାତୀୟ

ଛତିଶଗଡ଼ରେ ଭାଜପା ଆଗୁଆ: ଟପିଲା ମ୍ୟାଜିକ ନମ୍ବର…

ରାୟପୁର,୩।୧୨: ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୧୧୫ ରହିଛି। ଭାଜପା ମଧ୍ୟପ୍ରଦେଶରେ ୧୩୯ ଆସନରେ ଆଗୁଆ ରହିଛି। ସେହିପରି ରାଜସ୍ଥାନରେ ୧୯୯ ଆସନ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା ୧୦୦ ରହିଛି। ଭାଜପା ରାଜସ୍ଥାନରେ ୧୧୩ ଆସନରେ ଆଗୁଆ ରହିଛି।

ଅପରପକ୍ଷରେ ଛତିଶଗଡ଼ରେ ମଧ୍ୟ ଭାଜପା ମ୍ୟାଜିକ ନମ୍ବର ଟପିଛି। ଛତିଶଗଡ଼ରେ ମୋଟ ୯୦ ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ରହିଛି। ଭାଜପା ଛତିଶଗଡ଼ରେ ୪୯ ସଂଖ୍ୟା ଛୁଇଁଛି।

Share