Categories: ଜାତୀୟ

ଆଡଭାଣୀଙ୍କୁ ଅପମାନିତ କରିବାରେ ଭାଜପା କୌଣସି ପ୍ରୟାସ ଛାଡ଼ି ନାହିଁ: କମଲନାଥ…

ଭୋପାଳ,୩୦।୭ : ମଧ୍ୟପ୍ରଦେଶ କଂଗ୍ରେସ ୟୁନିଟ ସଭାପତି କମଲ ନାଥ ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା ଏଲ.କେ ଆଡଭାଣୀଙ୍କୁ ଅପମାନିତ କରିବାରେ ଭାଜପା କୌଣସି ପ୍ରୟାସ ଛାଡିନାହିଁ। ବାସ୍ତବରେ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ କମଲନାଥ ଏବଂ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳ ଏବଂ ଗ୍ବାଲିଅରରେ ସିନ୍ଧି ସମ୍ପ୍ରଦାୟର ପୃଥକ ପୃଥକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।

ଏହି ସମୟ ରେ ଜ୍ୟୋତିରାଦିତ୍ୟ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆଡଭାଣୀଙ୍କୁ ଦଳର ଶ୍ରେଷ୍ଠ ନେତା ବୋଲି କହିଥିଲେ। ଏଥି ସହିତ କମଲନାଥ ସିନ୍ଧ ସମାଜର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କହଥିଲେ ୨୦୦୮ରେ ଏକ ବିବାହ ସମାରୋହରେ ସିନ୍ଧ ଲୋକମାନେ ମୋତେ କହିଥିଲେ ଆଡଭାନୀଙ୍କ କାରଣରୁ ସେମାନେ ଭାଜପାକୁ ଭୋଟ ଦେବେ। ଆଡଭାନୀ ଜୀ ବର୍ତ୍ତମାନ କେଉଁଠାରେ ଅଛନ୍ତି? ତାଙ୍କୁ ଅପମାନିତ କରିବା ପାଇଁ ଭାଜପା କୌଣସି ପ୍ରୟାସ ଛାଡିନାହିଁ। କମଲନାଥ ଅଭିଯୋଗ କରିଛନ୍ତି ଭାଜପା ସିନ୍ଧ ସମ୍ପ୍ରଦାୟ ପ୍ରତି ବିଶ୍ୱାସଘାତକତା କରିଛି । ତେଶୁ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ପାଇଁ କଂଗ୍ରେସକୁ ଭୋଟ ଦେବାକୁ ସିନ୍ଧ ସମ୍ପ୍ରଦାୟକୁ କମଲନାଥ ଅନୁରୋଧ କରିଛନ୍ତି।

Share