ଅଡ଼ୁଆରେ ସବ୍ୟସାଚୀ: ରୁଜୁ ହେଲା ମାମଲା

ମୁମ୍ବାଇ:ଫ୍ୟାଶନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ନାମରେ ଶନିବାର ଏତଲା ରୁଜୁ ହୋଇଛି। ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ତାଙ୍କ ନାମରେ ଭାଜପାର ପରାମର୍ଶ ଦାତା ତଥା ଓକିଲ ଆଶୁତୋଷ ଦୁବେ ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଏହା ୧୫ଦିନ ମଧ୍ୟରେ ବନ୍ଦ ହେବା ଦରକାର। ଏହା ହିନ୍ଦୁ ଧର୍ମର ଉପରେ ପ୍ରଭାବ ପକାଉଛି। ମଙ୍ଗଳସୂତ୍ର ଏକ ବିଶ୍ୱାସ ଓ ପବିତ୍ର ସମ୍ପର୍କର ସଙ୍କେତ। ଏଭଳି ଭାବରେ ଏହାକୁ ପ୍ରଦର୍ଶନ କରିବା ଉଚିତ୍‌ ନୁହେଁ। ତେବେ ଏହିି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।
ସୂଚନାନୁସାରେ, ଏକ ମଙ୍ଗଳସୂତ୍ର ଡିଜାଇନ୍‌ର ବିଜ୍ଞାପନ ପାଇଁ ସେ ଫଟୋ ଶୁଟ୍‌ କରାଇଥିଲେ। ଯେଉଁଥିରେ ଅର୍ଦ୍ଧ ନଗ୍ନ ନାରୀଙ୍କ ଫଟୋ ଦେଖିବାକୁ ମିଳିଥିଲା। ମଙ୍ଗଳସୂତ୍ର ଅପେକ୍ଷା ନଗ୍ନତାକୁ ଏହା ବେଶୀ ଦର୍ଶାଇଥିଲା। ଏହି ବିଜ୍ଞାପନ ଶସ୍ତା ଢ଼ଙ୍ଗରେ ପରିବେଷଣ କରାଯିବା ସହ ନାରୀର ସମ୍ମାନରେ ମଧ୍ୟ ହାନି ଘଟୁଛି। ଏ ନେଇ ସବ୍ୟସାଚୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି।

Share