‘ନିଜ ଦାୟିତ୍ୱରୁ ପଳାୟନ କରୁଛନ୍ତି ସରକାର’

ଭୁବନେଶ୍ୱର,୧୯।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେଇ ରାଜ୍ୟ ସରକାର ନିଜ ଦାୟିତ୍ୱରୁ ଖସି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସୁନ୍ଦରଗଡର ୩ ଭାଜପା ବିଧାୟକ ଅଭିଯୋଗ କରିଛନ୍ତି। ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମା ଏବଂ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ୧୬ ତାରିଖରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଫୁଲ କୁମାର ମଲିକ ରାଉରକେଲା ସ୍ଥିତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରିବା ସମ୍ପର୍କିତ ପତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଠାଇଛନ୍ତି। ଏହି ପତ୍ରରୁ ମନ୍ତ୍ରୀ ପ୍ରଫୁଲ ମଲିକଙ୍କ ନିକଟରେ ସବିଶେଷ ତଥ୍ୟ ନ ଥିବା ଭଳି ଲାଗୁଛି। ବାସ୍ତବରେ ରାଉରକେଲା ଇସ୍ପାତ୍‌ କାରଖାନା ନିଜର ମୁଖ୍ୟ କାର୍ଯ୍ୟ ଇସ୍ପାତ୍‌ ଉପତ୍ାଦନ ସହ ଅନ୍ୟାନ୍ୟ ସାମାଜିକ ଦାୟିତ୍ୱକୁ ସୁଚାରୁରୂପେ ପାଳନ କରି ନିଜର ଏକ ତ୍ସ୍ବତନ୍ତ୍ର ସ୍ଥାନ କେବଳ ସୁନ୍ଦରଗଡରେ ନୁହେଁ ବରଂ ସାରା ଦେଶରେ ମଧ୍ୟ ବଜାୟ ରଖିଥିବା ଉଲ୍ଲେଖ କରିଛନ୍ତି।

Share