ମୁଖ୍ୟମନ୍ତ୍ରୀଙ୍କୁ ଖୋଜି ବାହାରିଲା ଭାଜପା, ପଛରେ ବିଜେଡି; ନବୀନ ନିବାସ ଆଗରେ ସ୍ବାଗତ ପାଇଁ ଅପେକ୍ଷା

ଭୁବନେଶ୍ୱର,୧୮।୩(ବ୍ୟୁରୋ): ବିଧାନସଭାରେ ଶାସକ-ବିରୋଧୀ ଦଳ ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ବେଳେ ଗୁରୁବାର ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ ନବୀନ ନିବାସକୁ ଭାଜପା ବିଧାୟକମାନେ ଶୋଭାଯାତ୍ରାରେ ବାହାରିଛନ୍ତି। ଅପରପକ୍ଷେ ବିଜେଡି ବିଧାୟକମାନେ ତାଙ୍କ ପଛରେ ଆସୁଥିବା ବେଳେ ଭାଜପା ନେତାଙ୍କୁ ପାଛୋଟି ନେଉଥିବା କହିଛନ୍ତି। ସେହିଭଳି ନବୀନ ନିବାସରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ସଦସ୍ୟମାନେ ଏକାଠି ହୋଇ ବିଧାୟକମାନଙ୍କୁ ସ୍ବାଗତ କରିବାକୁ ଛିଡ଼ା ହୋଇ ରହିଥିବା ଦେଖାଯାଇଛି। ଏହାକୁ ନେଇ ଗୃହ ବାହାରେ ଶାସକ-ବିରୋଧୀଙ୍କ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

Share