Posted inଜାତୀୟ

ରାମ ମନ୍ଦିର ପରେ ବି ଅଯୋଧ୍ୟାରେ ହାରିଲା ଭାଜପା, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୪।୬: ଆସିଛି ନିର୍ବାଚନ ଫଳାଫଳ। ୨୪ ନିର୍ବାଚନ ରେଜଲ୍ଟରେ ଭାଜପା ୩୦୦ ଛୁଇଁ ନାହିଁ। ତେବେ ସବୁଠାରୁ ବଡ଼ କଥା ହେଉଛି ଅଯୋଧ୍ୟାରୁ ଭାରତୀୟ ଜନତ ପାର୍ଟି ପରାଜିତ ହୋଇଛି। ଫୈଜାବାଦ ଆସନରୁ ଭାଜପା ହାରିଛି। ଭାଜପା ପାର୍ଥୀ ଲାଲୁ ସିଂଙ୍କୁ ସମାଜବାଦୀ ପାର୍ଟି ଅୱାଧେଶ ପ୍ରସାଦ ପରାସ୍ତ କରିଛନ୍ତି। ପ୍ରାୟ ୫୫ ହଜାର ଭୋଟରେ ଅଓ୍ବାଧେଶ ବିଜୟୀ ହୋଇଛନ୍ତି। ତେବେ ରାଜନୈତିକ ମହଲରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଯେ ନିଜେ ଫୈଜାବାଦର ରାମ ମନ୍ଦିର ଆସନରେ ଭାଜପା କିପରି ହାରିଗଲା।

ଏଥର ସମାଜବାଦୀ ପାର୍ଟିର ପିଡିଏ (ପଛୁଆ-ଦଳିତ-ସଂଖ୍ୟାଲଘୁ) କାର୍ଡ ଭାଜପାର ରାମ ମନ୍ଦିର କାର୍ଡ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଯାହା ଫଳରେ ଏସପି ଭାଜପାର ଏହି ଦୁର୍ଗକୁ ଭାଙ୍ଗିବାରେ ସଫଳ ହୋଇଥିଲା।

ଏସପି ନିର୍ବାଚନୀ ପ୍ରଚାର ସମୟରେ, ଦଳିତ ଏବଂ ପଛୁଆ ପ୍ରାଧାନ୍ୟ ଅଞ୍ଚଳରେ ସମର୍ଥନ ହାସଲ କରିଥିଲା। ଅନ୍ୟପଟେ ଭାଜପା ଅଯୋଧ୍ୟା ଧାମର ବିକାଶ ଉପରେ ବେଶୀ ନଜର ଦେବା ସହ ରାମ ମନ୍ଦିର ନାମ ନେଇ ଭୋଟ ଭିକ୍ଷାକରିଥିଲା। ଦଳ ସୋସିଆଲ ମିଡିଆ ଠାରୁ ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ଅଯୋଧ୍ୟା ଧାମରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ କହି ପ୍ରଚାର କରିଥିଲା। ଯାହାଯୋଗୁଁ ଏସପି ସେଠାରେ ଦଳିତ କାର୍ଡ ଖେଳି ଭୋଟ ହତେଇବାରେ ସୁବିଧା ହୋଇଥିଲା। ରାମପଥ ନିର୍ମାଣ ସମୟରେ ଅନେକଙ୍କ ଘର ଭାଙ୍ଗି ଦିଆଯାଇଥିଲା, କିନ୍ତୁ କ୍ଷତିପୂରଣ ମିଳି ନ ଥିଲା। ଯାହାଯୋଗୁ ଅଧିକାଂଶ ଲୋକ ଅସନ୍ତୁଷ୍ଟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri