Categories: ଜାତୀୟ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ୩ୟ ପ୍ରାର୍ଥୀ ତାଲିକା

ଭୋପାଳ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରକାଶିତ ତୃତୀୟ ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାମ ରହିଛି। ଏହି ତାଲିକାରେ ଭାଜପା ମୋନିକା ବଟ୍ଟୀଙ୍କୁ ମଧ୍ୟପ୍ରଦେଶର ଅମରୱାରା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଏହି ତାଲିକା ପ୍ରକାଶ ପାଇବା ସହିତ ଭାଜପା ଏ ପର୍ଯ୍ୟନ୍ତ ୮୦ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। କିଛି ଦିନ ପୂର୍ବରୁ ମୋନିକା ଭାଜପାରେ ସାମିଲ ହୋଇଥିଲେ।

Share