ଅନୁଭବଙ୍କୁ ଗିରଫ, ବର୍ଷାଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ଭାଜପା ମହିଳାମୋର୍ଚ୍ଚା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସ୍ତ୍ରୀ ଅଭିନେତ୍ରୀ ବର୍ଷାଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ଏହାକୁ କଳାହାଣ୍ଡି ଜିଲା ଭାଜପା ମହିଳାମୋର୍ଚ୍ଚା ବିରୋଧ କରି, ଏମ୍‌ପି ସମସ୍ତ ମର୍ଯ୍ୟାଦା ଉଲ୍ଲଂଘନ କରିବା ସହ ବର୍ଷାଙ୍କ ପ୍ରତି କରିଥିବା ଅତ୍ୟାଚାର ନାରୀ ଜାତି ପାଇଁ ଏକ ଅପମାନ ବୋଲି କହିଛି। ଅନୁଭବଙ୍କୁ ଗିରଫ ଓ ବର୍ଷାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭବାନୀପାଟଣା ସହର ଗାନ୍ଧୀ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ, ଜିଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ତୋଷିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share