Categories: ଜାତୀୟ

ଭାଜପା କରୁଛି ଧ୍ୟାନ ହଟାଇବାର ରାଜନୀତି:ଷ୍ଟାଲିନ…

ଚେନ୍ନାଇ,୧।୧୦ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭାଜପାକୁ କଡା ସମାଲୋଚନା କରିଛନ୍ତି। ସନାତନ ଧର୍ମ ସମ୍ବନ୍ଧରେ ତାଙ୍କ ପୁଅ ଉଦୟାନିଧି ଷ୍ଟାଲିନ ଦେଇଥିବା ବିବାଦୀୟ ବିବୃତ୍ତି ପରେ ରାଜ୍ୟରେ ସାମ୍ନାକୁ ଆସିଥିବା ସନାତନ ଏବଂ ହିନ୍ଦୁ ଧର୍ମ ବିଷୟରେ ମଧ୍ୟ ସେ କହିଛନ୍ତି। ଷ୍ଟାଲିନ କହିଛନ୍ତି ଭାଜପା ଏବଂ ଏହାର ସହଯୋଗୀମାନେ ଦେଶର ପ୍ରକୃତ ସମସ୍ୟା ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ, ବରଂ ଜାଣିଶୁଣି ପ୍ରସଙ୍ଗ ଉଠାନ୍ତି ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ। ଭାଜପା ଧ୍ୟାନ ହଟାଇବାର ରାଜନୀତି କରୁଛି।

ଭାଜପାର ସବୁଠାରୁ ବଡ ଅସ୍ତ୍ର ହେଉଛି “ବିଭାଜନକାରୀ ରାଜନୀତି”। ସେମାନେ ପ୍ରକୃତ ପ୍ରସଙ୍ଗରେ କଥାବାର୍ତ୍ତା କରନ୍ତି ନାହିଁ। ଯେତେବେଳେ କୌଣସି ଅସୁବିଧା ନ ଥାଏ, ସେତେବେଳେ ସେମାନେ ସମସ୍ୟା ସୃଷ୍ଟି କରନ୍ତି।”

ଭାଜପା ସହଯୋଗରେ ଦଳ ମିଥ୍ୟା ପ୍ରଚାର କରୁଛି। ଆପଣ ସେମାନଙ୍କ ଆଦର୍ଶ ଏବଂ ମୂଲ୍ୟବୋଧ ବିଷୟରେ କଥାବାର୍ତ୍ତା କରିଥିବାର ଆପଣ କେବେ ଶୁଣିଛନ୍ତି କି ଦେଖିଛନ୍ତି କି? ଭାଜପା ଏହାର ଆଦର୍ଶ ବିଷୟରେ କହିପାରିବ ନାହିଁ କାରଣ ଏହା ଏକ ଦଳ ଯାହା ସମାଜରେ ଅସମାନତା ଏବଂ ଘୃଣାକୁ ସମର୍ଥନ କରେ। ଏଆଇଏଡିଏମକେ ଯେତିକି, ଏ ଦଳର ନାହିଁ ସେମାନଙ୍କର ଏକମାତ୍ର କାର୍ଯ୍ୟ ହେଉଛି ଆମ ବିଷୟରେ ମିଥ୍ୟା ପ୍ରଚାର କରିବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଚନ୍ଦ୍ରୟାନ -୩ ଏବଂ ଜି -୨୦ ଶିଖର ସମ୍ମିଳନୀକୁ ନେଇ ନାନା ପ୍ରଚାର କରୁଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତିର କ’ଣ ହେଲା? ବିଦେଶରୁ କେତେ କଳା ଟଙ୍କା ଆସିଲା? ଏହାକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇ ଭାଜପା କେବଳ ଲୋକଙ୍କୁ ଠକିଛି। ଭାଜପା ଦର୍ଶାଇବାକୁ ଚେଷ୍ଟା କରୁଛି ଯେପରି ଦଳ ଦେଶର ମହିଳାମାନଙ୍କ ପ୍ରତି ଅଧିକ ଚିନ୍ତିତ। କିନ୍ତୁ ମଣିପୁରରେ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି? ମୋଦି ଏପର୍ଯ୍ୟନ୍ତ ରାଜ୍ୟ ପରିଦର୍ଶନ କରିନାହାନ୍ତି।

 

 

Share