ଭାରତ ବ୍ରିଟେନରେ ଉଠାଇଲା ଭାରତୀୟ ହାଇ କମିଶନଙ୍କୁ ଗୁରୁଦ୍ୱାର ଯିବା ସମୟରେ ଅଟକାଇବା ପ୍ରସଙ୍ଗ, ଭାଜପା ନେତା ବି କଲେ ନିନ୍ଦା

ନୂଆଦିଲ୍ଲୀ,୩୦।୯: ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରକୁ ଯାଉଥିବା ଭାରତୀୟ ହାଇ କମିଶନରଙ୍କୁ ଧାର୍ମିକ ସ୍ଥାନକୁ ପ୍ରବେଶ କରାଇ ଦିଆଯାଇ ନାହିଁ। ବ୍ରିଟେନର ସ୍କଟଲ୍ୟାଣ୍ଡରେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ଲାଗି ରହିଛି। ଏହାକୁ ସାରା ଦେଶରେ ନିନ୍ଦା କରାଯାଉଛି। ଏହି ଘଟଣାକୁ ଭାଜପାନେତା ମନଜିନ୍ଦର ସିଂ ସିରସା ମଧ୍ୟ ଘୋର ନିନ୍ଦା କରିଛନ୍ତି।

ଏଥି ସହିତ ଗୁରୁଦ୍ୱାରରେ ଭାରତୀୟ ହାଇ କମିଶନରଙ୍କ ସହ ଅସଦାଚରଣ ପ୍ରସଙ୍ଗ ବ୍ରିଟେନ ସମ୍ମୁଖରେ ଉଠିଛି। ସୂତ୍ରରୁ ପ୍ରକାଶ ଯେ ବ୍ରିଟେନର ଭାରତର ହାଇ କମିଶନର ବିକ୍ରମ ଡୋରେସ୍ବାମୀଙ୍କୁ କିଛି ଉଗ୍ରବାଦୀମାନେ ଗ୍ଲାସଗୋରେ ଗୁରୁଦ୍ୱାର ପରିଦର୍ଶନ କରିବା ବନ୍ଦ କରିଦେଇଥିଲେ। ସେମାନଙ୍କ ସହ ଯୁକ୍ତିତର୍କ କରିବା ପରିବର୍ତ୍ତେ ଭାରତୀୟ ହାଇ କମିଶନର ସେଠାରୁ ଚାଲିଯିବା ଭଲ ବୋଲି ଭାବିଥିଲେ। ବ୍ରିଟିଶ ବୈଦେଶିକ ମନ୍ତ୍ରଣାଳୟ ଏବଂ ପୋଲିସ ସହିତ ଏହି ପ୍ରସଙ୍ଗ ଉଠାଯାଇଛି।
ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂଚନା ଦେଇ ସିରସା କହିଛନ୍ତି, କୌଣସି ଧର୍ମ କିମ୍ବା ସମ୍ପ୍ରଦାୟର ବ୍ୟକ୍ତି ଗୁରୁଦ୍ୱାରକୁ ଆସିପାରିବେ। ଆମର ଧର୍ମ ହିଂସା ଶିକ୍ଷା ଦିଏ ନାହିଁ, ବରଂ ଆମେ ହିଁ ମାନବିକତାକୁ ସୁରକ୍ଷା ଦେଉଛୁ। ସେ କହିଛନ୍ତି, ‘ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନରଙ୍କ ସହ ଯାହା ଘଟିଛି ତାକୁ ମୁଁ ଦୃଢ ନିନ୍ଦା କରୁଛି। ଗୁରୁଦ୍ୱାର ହେଉଛି ଭଗବାନଙ୍କ ଘର। ଏଠାରେ କୌଣସି ପ୍ରକାରର ଭେଦଭାବ ନାହିଁ। ସେଥିପାଇଁ ଏଠାରେ ଚାରୋଟି କବାଟ ଅଛି।

 

Share