Categories: ଜାତୀୟ

ସିନ୍ଧେ ଗୋଷ୍ଠୀଙ୍କୁ ନେଇ ମହାରାଷ୍ଟ୍ରରେ ସରକାର ଗଢିପାରେ ଭାଜପା: ଦିଲ୍ଲୀ ଗଲେ ଫଡନଭୀସ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ଶିବସେନା ବିଦ୍ରୋହୀ ସିନ୍ଧେ ଗୋଷ୍ଠୀଙ୍କୁ ନେଇ ରାଜ୍ୟରେ ଭାଜପା ସରକାର ଗଢିବ ବୋଲି ଚର୍ଚ୍ଚା ହେଉଛି। ଏହି ସମୟରେ ଭାଜପା ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଦିଲ୍ଲୀ ଯାଇଛନ୍ତି। ସେଠାରୁ ଆଲୋଚନା ସାରି ଫେରିବା ପରେ ସରକାର ଗଢିବା ନେଇ ପ୍ରକ୍ରିୟା ଆଗେଇବ ବୋଲି କୁହାଯାଉଛି।
ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ କରିବାର ସୂତ୍ରକୁ ନେଇ ମଧ୍ୟ ଆଲୋଚନା ହେଉଛି। ଭାଜପାରୁ ୧୮ ଜଣି କ୍ୟାବିନେଟ, ୧୦ଟି ରାଜ୍ୟ ମନ୍ତ୍ରୀ ସହ ୨୮ ଜଣ ମନ୍ତ୍ରୀ ରହିବେ। ଏଥି ସହିତ ସିନ୍ଧେ କ୍ୟାମ୍ପରୁ ୬ କ୍ୟାବିନେଟ ଏବଂ ୬ ଜଣ ରାଜ୍ୟ ମନ୍ତ୍ରୀ ରହିିବେ। ପ୍ରାରମ୍ଭରେ ୪ଟି ମନ୍ତ୍ରୀ ପଦବୀ ଖାଲି ରହିବ। ଉପମୁଖ୍ୟମନ୍ତ୍ରୀ ସିନ୍ଧେ ରହିବେ।
ଭାଜପରେ ୧୦୬ ଜଣ ବିଧାୟକ ଅଛନ୍ତି, ଏଥିପାଇଁ ଭାଜପା ୨୮ଟି ମନ୍ତ୍ରୀ ପଦ ପାଇବ। ସିନ୍ଧେ କ୍ୟାମ୍ପରେ ବର୍ତ୍ତମାନ ୪୦ ଜଣ ବିଧାୟକ ଅଛନ୍ତି। ତେଣୁ ସେମାନଙ୍କୁ ୧୨ଟି ମନ୍ତ୍ରୀ ପଦ ମିଳିବ।

Share