ଆସ୍ଥା ଭୋଟରେ ହାରିଲେ ଭାଜପା ପୌରାଧ୍ୟକ୍ଷା

ଫୁଲବାଣୀ, ୨୪ା୭(ରାକେଶ କୁମାର ରାଉତ): ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଆସ୍ଥା ଭୋଟ ହୋଇଥିଲା ଓ ଏଥିରେ ସେ ହାରିଯାଇଛନ୍ତି। ଭାଜପା ପୌରାଧ୍ୟକ୍ଷାଙ୍କ ବିରୋଧରେ ୧୧ ଜଣ କାଉନସିଲର ମତଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଭୋଟ ନାକଚ ହୋଇଯାଇଥିଲା। ବାକି ୧୦ଟି ଭୋଟ ପୌରାଧ୍ୟକ୍ଷାଙ୍କ ବିରୋଧରେ ଯାଇଥିଲା। ଦୀର୍ଘଦିନରୁ ପୌରାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର ଅନ୍ତ ଘଟିଛି। ଆଗକୁ ପୌରାଧ୍ୟକ୍ଷାଙ୍କ ପଦବୀ ନେଇ ନିର୍ବାଚନ ହେବ। ସେ ପର୍ଯ୍ୟନ୍ତ ଏହି ପଦବୀରେ ଜିଲାପାଳ ରହିବେ କିମ୍ବା ସେ ଆଉ କାହାକୁ ଦାୟିତ୍ୱ ଦେଇପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡି ଏବଂ ଅନ୍ୟ କାଉନସିଲରଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କନ୍ଧମାଳ ଉପଜିଲାପାଳ ଚିତ୍ତରଞ୍ଜନ ମହନ୍ତ ନିର୍ବାଚନ ଅଧିକାରୀ ଭାବେ ଯାଇ ଫୁଲବାଣୀ ପୌର ପରିଷଦରେ ପହଞ୍ଚତ୍ଥିଲେ। ସେଠାରେ ଉପସ୍ଥିତ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଆଲୋଚନା ସଫଳ ନ ହେବାରୁ ଭୋଟିଂ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୧୧ ଜଣ କାଉନସିଲର ସେମାନଙ୍କ ମତ ସାବ୍ୟସ୍ତ କରିିଥିଲେ। ଦିନ ସାଢ଼େ ୧ଟା ପରେ ଭୋଟ ଗଣତି ହୋଇଥିଲା। ପୌରାଧ୍ୟକ୍ଷାଙ୍କ ବିରୋଧରେ ୧୦ଟି ଭୋଟ ପଡିଥିବା ବେଳେ ଗୋଟିଏ ନାକଚ ହୋଇଥିଲା। ଆଗକୁ ପୌର ପରିଷଦର ଉନ୍ନତି ଦିଗରେ କାର୍ଯ୍ୟ କରାଯିବ ବୋଲି ଅନାସ୍ଥା ଆଣିଥିବା କାଉନସିଲରମାନେ କହିଛନ୍ତି। ଗତ ୧୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ କରାଯିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ଅତିରିିକ୍ତ ଜିଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ସେ ଜରୁରିକାଳୀନ ଛୁଟିରେ ଚାଲିଯିବାରୁ ସେଦିନ ଭୋଟ ଗ୍ରହଣ ହୋଇ ପାରି ନ ଥିଲା। ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ ଅନାସ୍ଥା ଆଣିଥିବା ବିଜେଡି ଏବଂ ଅନ୍ୟ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରେ ସମସ୍ତ କାଉନସିଲର ଜିଲାପାଳଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଥିଲେ। ଜିଲାପାଳଙ୍କ ଉପସ୍ଥିତିରେ ୨୩ରେ ଅନାସ୍ଥା ଉପରେ ବୈଠକ ହେବା ପରେ ଭୋଟିଂ ହେବ ବୋଲି କହିବା ସହ ସମସ୍ତ କାଉନସିଲରଙ୍କୁ ଚିଠି କରିଥିଲେ।
ସୂଚନାଯୋଗ୍ୟ, ପୌର ପରିଷଦ ସିଧାସଳଖ ନିର୍ବାଚନରେ ଭାଜପାରୁ ଲଢ଼ୁଥିବା ସ୍ମିତାରାଣୀ ମହାନ୍ତି ବିଜୟୀ ହୋଇ ପୌରାଧ୍ୟକ୍ଷା ହୋଇଥିଲେ। ନିଜ କାର୍ଯ୍ୟକାଳ ଆରମ୍ଭରୁ ସେ ବିବାଦୀୟ ହୋଇପଡିଥିଲେ। ମିଥ୍ୟା ବିଲ କରି ଅର୍ଥ ନେଉଥିବା ନେଇ ଅଭିଯୋଗ ହେବା ପରେ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା। ଫଳସ୍ବରୂପ ଗତ ଏପ୍ରିଲରେ ପ୍ରଥମ କରି ତାଙ୍କ ନାମରେ ଅନାସ୍ଥା ଅଣାଯାଇଥିଲା। ସୂଚନାଯୋଗ୍ୟ, ଫୁଲବାଣୀ ପୌରପାଳିକାର ୧୩ ଆସନ ମଧ୍ୟରୁ ବିଜେଡି ୭, ଭାଜପା ୪ ଓ ସ୍ବାଧୀନ ୨ ଜଣ ଜିତିଥିଲେ। ହେଲେ ୧୧ ଜଣ ଅନାସ୍ଥାରେ ଭୋଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri