ନୂଆଦିଲ୍ଲୀ,୧୧।୮ : ଦିଲ୍ଲୀର ଜନ୍ତର ମନ୍ତରଠାରେ ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗିରଫ ହୋଇଥିଲେ। ତାଙ୍କ ଜାମିନକୁ କୋର୍ଟ ବୁଧବାର ମଞ୍ଜୁର କରିଛନ୍ତି।
ଧାର୍ମିକ ହିଂସାକୁ ପ୍ରୋତ୍ସାହିତ କରିବା ମାମଲାରେ ଅଶ୍ୱିନୀଙ୍କ ସମେତ ୫ ଜଣଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା। ଜନ୍ତର ମନ୍ତରଠାରେ ମୁସଲିମ ସମ୍ପ୍ରଦାୟକୁ ଧମକ ଦିଆଯିବା ବେଳର ଭିଡିଓ ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ। ଏଥି ଯୋଗୁ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପଡ଼ିଥିଲା। ଦିଲ୍ଲୀର ଏକ କୋର୍ଟ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି।