Categories: ଜାତୀୟ

ମଧ୍ୟପ୍ରଦେଶରେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କଲେ ଭାଜପା କର୍ମୀ, ଭିଡିଓ ଭାଇରାଲ

ଭୋପାଳ,୪।୭: ମଧ୍ୟପ୍ରଦେଶ ସିଦ୍ଧରେ ଜଣେ ଭାଜପା ନେତା ଜଣେ ମାନସିକ ବିକୃତ ଯୁବକଙ୍କ ଉପରେ ପରିଶ୍ରା କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଭିଯୁକ୍ତ ଜଣକ ହେଲେ ଭାଜପା ବିଧାୟକ କେଦାରନାଥ ଶୁକ୍ଲାଙ୍କ ପ୍ରତିନିଧୀ।ସେ ନିଶାସକ୍ତ ଅବସ୍ଥାରେ ତଳେ ବସିଥିବା ଯୁବକଙ୍କ ଉପରେ ପରିସ୍‌ରା କରିଛନ୍ତି। ତେବେ ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଭାଜପାର ଆଦିବାସୀଙ୍କ ଉପରେ ଏପରି କୁତ୍ସିତ ମାନସିକତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

କେଦାରନାଥ ଶୁକ୍ଲା ସିଦ୍ଧ ଜିଲାର ଭାଜପା ବିଧାୟକ ଏବଂ ପରିଶ୍ରା କରୁଥିବା ଯୁବକ ଜଣକ ହେଲେ ତାଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଲା। ଭାଜପା କର୍ମୀ ପରିଶ୍ରା କରୁଥିବା ଆଦିବାସୀ ଯୁବକ ଜଣକ ହେଲେ ମାନସିକ ବିକୃତ।

ତେବେ ଘଟଣାର ତଦନ୍ତ କରାଯାଉଛି ବୋଲି ସିଦ୍ଧ ଅତିରିକ୍ତ ଏସପି ଅଞ୍ଜୁଲତା ପଟେଲ ସୂଚନା ଦେଇଛନ୍ତିି। ଘଟଣା ନେଇ ବିଧାୟକ କେଦାରନାଥଙ୍କୁ ପଚାରାଯାଇଥିବାବେଳେ ଭିଡିଓରେ ଥିବା ବ୍ୟକ୍ତି ପ୍ରେବେଶ ଶୁକ୍ଲା ନୁହଁନ୍ତି ବୋଲି ସେ କହିଛନ୍ତି। ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ। ଅଭିଯୁକ୍ତଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଟ୍ବିଟ୍‌ କରି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

Share