Posted inଜାତୀୟ

ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ଭାଜପାର ସଦସ୍ୟତା ଅଭିଯାନ, ମୋଦି ହେବେ ପ୍ରଥମ ସଦସ୍ୟ

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୨ରୁ ସାରା ଦେଶରେ ଭାଜପା ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ପ୍ରଥମ ସଦସ୍ୟ କରି ସେପ୍ଟେମ୍ବର ୨ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଅଭିଯାନ ଆରମ୍ଭ କରିବେ। ମିସ କଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଭାଜପାର ସଦସ୍ୟ ହେବେ।
ମଙ୍ଗଳବାର ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ଜାତୀୟ ସାଧାରଣ ସଚିବ ତଥା ଦଳର ଜାତୀୟ ସଦସ୍ୟତା ଅଭିଯାନର ସଂଯୋଜକ ବିନୋଦ ତାୱଡେ କହିଛନ୍ତି ଯେ ଭାଜପାର ସମ୍ବିଧାନ ଅନୁଯାୟୀ ପ୍ରତି ୫-୬ବର୍ଷରେ ସମସ୍ତେ ସଦସ୍ୟ ହୋଇଥାନ୍ତି। କରୋନା ସଙ୍କଟ ସମୟରେ, ଏହି ସଦସ୍ୟତା ଅଭିଯାନ କେବଳ ସୀମିତ ଆଧାରରେ ଚାଲିଥିଲା। କିନ୍ତୁ ବର୍ତ୍ତମାନ ସେପ୍ଟେମ୍ବର ୨ରୁ ଦଳ ସାରା ଦେଶରେ ଏହାର ସଦସ୍ୟତା ଅଭିଯାନ (ସଙ୍ଗଠନ ପର୍ବ) ଆରମ୍ଭ କରିବାକୁ ଯାଉଛି। ଆସନ୍ତା ମାସରେ, ସେପ୍ଟେମ୍ବର ୨ରେ ଦଳର ଜାତୀୟ ସଭାପତି ଜେପି ନଡ୍ଡା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଳର ପ୍ରଥମ ସଦସ୍ୟ କରିବେ ଏବଂ ଏହା ପରେ ସମଗ୍ର ଦେଶରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ଏକ ମିସ କଲ ମାଧ୍ୟମରେ ଭାଜପାର ସଦସ୍ୟ ହେବେ ଏବଂ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨ତାରିଖ ଅପରାହ୍ନ ୫ଟା ସମୟରେ ଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଦେଶର ଯେକୌଣସି ନାଗରିକ 8800002024 ନମ୍ବରରେ କିମ୍ବା NaMo ଆପ ମାଧ୍ୟମରେ ମିସ କଲ ଦେଇ ଭାଜପାର ସଦସ୍ୟତା ଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri