ମେଣ୍ଟ ଚର୍ଚ୍ଚା ମଧ୍ୟରେ ବିଜେଡି ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୧୧।୩: ରାଜ୍ୟରେ ବିଜେଡି ଓ ଭାଜପା ମେଣ୍ଟ ଚର୍ଚ୍ଚା ମଧ୍ୟରେ ସୋମବାର ଭାଜପା ପ୍ରଥମଥର ପାଇଁ ବିଜେଡି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି। ଭାଜପା ନିର୍ବାଚନ କମିଶନଙ୍କୁ ଭେଟି ଦୀର୍ଘଦିନ ଧରି କାର୍ଯ୍ୟରତ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ପାଇଁ ଦାବି ଜଣାଇଛି। ରାଜ୍ୟ ଭାଜପା ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ଜିଲାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ପାଇଁ ଦାବି ଜଣାଇଛନ୍ତି। ଭାଜପାରଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ସୁରଥ ବିଶ୍ୱାଳ, ଉମାକାନ୍ତ ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

 

Share