Categories: ଜାତୀୟ

କଂଗ୍ରେସ କରିଛି ଦେଶକୁ ବିଭାଜିତ: ଭାଜପା ନେତା

ବେଙ୍ଗାଲୁରୁ,୧୩ ।୨: ହରିୟାଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରି ଆସିଥଆନ୍ତି ଚର୍ଚ୍ଚାକୁ । ଏବେ ସେ ପୁଣିଥରେ ହିଜାବ ବିବାଦକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବିଜ କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି, କଂଗ୍ରେସ ସବୁବେଳେ ଦେଶରେ ବିଭାଜନକାରୀ ନୀତି ଚଳାଇ ଆସିଛି । କଂଗ୍ରେସ ଏହା ବ୍ୟତୀତ ଆଉ କିଛି ଚିନ୍ତା କରିପାରେ ନାହିଁ । ଆଉ ଏହି ଚିନ୍ତାଧାରା ଯୋଗୁ ଦେଶ ହୋଇଛି ବିଭାଜିତ । ଏହି ବିଭାଜନ ହିଁ ଦେଶକୁ ଶାନ୍ତିରେ ଶୋଇବାକୁ ଦେଉନି । କେବେ ଆତଙ୍କବାଦୀ, କେବେ ହିଜାବ ତ ପୁଣି କେବେ ଆଉ କିଛି ରୂପରେ ସାମ୍ନାକୁ ଆସୁଛି । ବିଜ କହିଛନ୍ତି କଂଗ୍ରେସ ନିଜକୁ ସେକ୍ୟୁଲାର କହୁଛି ହେଲେ ସବୁଠାରୁ ଅଧିକ ବିଭାଜନ କଂଗ୍ରେସ ଯୋଗୁ ହିଁ ହୋଇଛି ।
ସୂଚନାଯୋଗ୍ୟ, ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଦଳ ଦୁଇଟି ଆସନରେ ଠିଆ କରିଥିବା ବେଳେ ଏହାକୁ ନେଇ ବିଜ ତାଙ୍କ ମତ ରଖିଥିଲେ । ସେ କହିଥିଲେ, କଂଗ୍ରେସ ଦୁଇ ଦୁଇଟି ଆସନରେ ଚନ୍ନିଙ୍କୁ ପ୍ରାର୍ଥୀ କରିଛି କାରଣ ତାକୁ ଭରସା ନାହିଁ ସେ ଜିତିବ କି ନା ।

Share