Categories: ଜାତୀୟ

ଭାଜପାର ସାଉଥ୍‌ ମିଶନ: ୨ଦିନ ଯାଏ ବିଧାନସଭା ନିର୍ବାଚନମଣ୍ଡଳୀରେ ରହିବେ ମନ୍ତ୍ରୀ

ହାଇଦ୍ରାବାଦ,୨୭।୬: ତେଲେଙ୍ଗାନାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଦିନ ଯାଏ ରହିବାକୁ ଭାଜପାର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଆଉ କେହି ନୁହେଁ ବରଂ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦେଇଛନ୍ତି। ଏହି ନିର୍ଦ୍ଦେଶନାମାକୁ ଭାଜପାର ଦକ୍ଷିଣ ମିଶନ ଭାବେ ଦେଖାଯାଉଛି। ଦକ୍ଷିଣ ରାଜ୍ୟରେ ଭାଜପା ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି ଏବଂ ଏଥିପାଇଁ ସେ ସବୁ ପ୍ରକାର ଉଦ୍ୟମ କରୁଛି। ଚଳିତ ଥର ଭାଜପା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି(ଟିଆରଏସ୍‌)କୁ ନିଜ ଗଡ଼ରେ ଘେରିବାକୁ ଯୋଜନା କରୁଛି। ଏଥିପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ତେଲେଙ୍ଗାନାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ  ଅତି କମ୍‌ରେ ୪୮ଘଣ୍ଟା ବିତାଇବେ। ଏଥିସହ କେନ୍ଦ୍ର ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିବାକୁ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା କେବଳ ସାଧାରଣ ଲୋକଙ୍କ ସହିତ ସିଧାସଳଖ ଯୋଗାଯୋଗ କରାଯାଇପାରିବ ନାହିଁ, ବରଂ ଦଳ ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝିବାରେ ସକ୍ଷମ ହେବ ବୋଲି ନଡ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨ ଏବଂ ୩ରେ ହାଇଦ୍ରାବାଦରେ ଭାଜପା ପକ୍ଷରୁ ଜାତୀୟ କାର୍ଯ୍ୟକାରୀଣୀ କମିଟିର ଏକ ବୈଠକ ଆୟୋଜନ କରାଯାଇଛି। ହାଇଦ୍ରାବାଦରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପଛରେ ଦକ୍ଷିଣରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଭାଜପାର ଯୋଜନା ରହିିିଛି।

Share